ସୌରଭ ଗାଙ୍ଗୁଲିଙ୍କ ବାୟୋପିରେ ଲିଡ୍ ରୋଲ୍ କରିବେ ରାଜକୁମାର, କହିଲେ-ମୁଁ ବହୁତ ନର୍ଭସ୍

Published By : Prameya-News7 Bureau | June 27, 2025 IST

ମୁମ୍ଵାଇ ୨୭।୦୬; ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପ୍ଟେନ ଓ ମହାନ୍ କ୍ରିକେଟର ସୌରଭ ଗାଙ୍ଗୁଲି। ବର୍ତ୍ତମାନ ତାଙ୍କ ଜୀବନୀକୁ ନେଇ ପ୍ରସ୍ତୁତ ହେବାକୁ ଯାଉଛି ବାୟୋପିକ । ଏହି ବାୟୋପିକ୍‌କୁ ନେଇ ହେଉଥିଲା ଖୁବ୍‌ ଚର୍ଚ୍ଚା । ବର୍ତ୍ତମାନ ଫିଲ୍ମକୁ କନଫର୍ମ ହୋଇଛି । ଫିଲ୍ମର ଲିଡ ରୋଲରେ ନଜର ଆସିବେ ବଲିଉଡ ଅଭିନେତା ରାଜକୁମାର ରାଓ। ଗାଙ୍ଗୁଲି କେବଳ ଭାରତୀୟ କ୍ରିକେଟରେ ନୁହନ୍ତି, ବରଂ ବିଶ୍ବ କ୍ରିକେଟରେ ଜଣେ ମହାନ ଖେଳାଳି ଭାବେ ଜଣାଶୁଣା ଅଟନ୍ତି । 

ଗାଙ୍ଗୁଲିଙ୍କୁ ନେଇ ପ୍ରସ୍ତୁତ ହେବାକୁ ଥିବା ଏହି ବାୟୋପିକରେ କାମ କରିବା ନେଇ ନିଜେ ରାଜକୁମାର ମୋହର ମାରିଛନ୍ତି । ଗାଙ୍ଗୁଲିଙ୍କ ବାୟୋପିକକୁ ନେଇ କିଛି ମାସ ଧରି ଚର୍ଚ୍ଚା ଜାରି ରହିଥିବା ବେଳେ ଏବେ ରାଜକୁମାର ଉକ୍ତ ଅଟକଳ ଉପରେ ବିରାମ ଲଗାଇଛନ୍ତି । ସେ ବାୟୋପିକରେ ଗାଙ୍ଗୁଲିଙ୍କ ଭୂମିକା ନିଭାଇବେ ବୋଲି ଅଫିସିଆଲ ଭାବେ ଘୋଷଣା କରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ମଧ୍ୟ ରାଜକୁମାର ଏନେଇ ସ୍ପଷ୍ଟ କରିଥିଲେ ।

ତେବେ ଏହି ଚରିତ୍ରକୁ ନେଇ ସେ ନର୍ଭସ ଅଛନ୍ତି । ଏଥସହିତ ନୂଆ ଚ୍ୟାଲେଞ୍ଜ ପାଇଁ ସେ ବହୁତ ଉତ୍ସାହିତ । ଏହା ଏକ ବଡ଼ ଦାୟିତ୍ବ ହୋଇଥିଲେ ହେଁ ସେଥିରେ ବହୁତ ମଜା ଆସିବ । ଗାଙ୍ଗୁଲିଙ୍କ ଭୂମିକା ଠିକରେ ନିଭାଇବା ପାଇଁ ରାଜକୁମାର ତାଙ୍କର ସବୁ ଅଙ୍ଗଭଙ୍ଗୀ, ଠାଣି ଶିଖିବା ସହ ବଙ୍ଗାଳି ଭାଷା ଶିଖୁଛନ୍ତି । ସ୍ତ୍ରୀ-୨ର ସଫଳତା ପରେ ତାଙ୍କ ଡିମାଣ୍ଡ ଆକାଶଛୁଆଁ ହୋଇଯାଇଛି । ଗାଙ୍ଗୁଲିଙ୍କ ବାୟୋପିକରେ ଅନ୍ୟ କେଉଁ ଅଭିନେତା ଓ ଅଭିନେତ୍ରୀ ଅଭିନୟ କରିବେ ସେନେଇ କୌଣସି ସୂଚନା ମିଳିନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.